Umesh Chandra Sarkarଉମେଶଚନ୍ଦ୍ର ସରକାର ମସିହାରେ ପୁରୀଠାରେ ଜନ୍ମଗ୍ରହଣ କରିଥିଲେ ତାଙ୍କ ପିତା ଇଶ୍ୱରଚନ୍ଦ୍ର ସରକାର ଜଣେ ପୁଲିସ ଦରୋଗା ଥିଲେ । ଉମେଶଚନ୍ଦ୍ରଙ୍କୁ ୨ବର୍ଷ ବୟସ ବେଳକୁ ତାଙ୍କ ପିତାଙ୍କର ଦେହାନ୍ତ ହୋଇଥିଲା । ପିତାଙ୍କ୍ ଦେହାନ୍ତ ପରେ, ସେମାନେ ସପରିବାର କଟକ ଚାଲିଆସି କାଳିବଜାରର ଜଣେ ସମ୍ପର୍କୀୟଙ୍କ ଘରେ ରହଥିଲେ । କଟକରୁ ସ୍ନାତକ ଶିକ୍ଷା ସମାପ୍ତ କରି ଉମେଶଚନ୍ଦ୍ର ତତକାଳୀନ ଓଡ଼ିଶା କମିଶନରଙ୍କ କାର୍ଯ୍ୟାଳୟରେ କାମ କରିବା ଆରମ୍ଭ କରିଥିଲେ । ପରେ ସେ ଢେଙ୍କାନାଳ, ତାଳଚେର ଓ କନିକା ଇଷ୍ଟେଟରେ ମଧ୍ୟ କାମ କରିଥିଲେ । କନିକାରେ କାମ କରୁଥିବା ସମୟରେ ଅସୁସ୍ଥତା ହେତୁ ୧୮୯୯ ମସିହାରେ ସେ ସ୍ୱେଚ୍ଛାକୃତ ଅବସର ନେଇ କଟକ ଫେରି ଆସିଥିଲେ । କଟକ ଆସି ସୁସ୍ଥ ହେବାପରେ ସେ ସାହିତ୍ୟ ସର୍ଜନାରେ ମନୋନିବେଶ କରିଥିଲେ । ୧୯୦୭ ମସିହାରୁ ଉଦାସୀ ଛଦ୍ମନାମରେ, ସେ କେନ୍ଦୁଝର ବିଦ୍ରୋହ ନାମକ ଏକ ଧାରାବାହିକ ଐତିହାସିକ ଉପନ୍ୟାସ ଲେଖିବା ଆରମ୍ଭ କରିଥିଲେ କିନ୍ତୁ ତାହା ଅସମ୍ପୂର୍ଣ୍ଣ ରହିଥିଲା । ପରେ ସେ ଉଭୟ ଓଡ଼ିଆ ଓ ଇଂରଜୀ ଭାଷାରେ ପୁସ୍ତକ ଲେଖିଛନ୍ତି । ସେ ରଚନା କରିଥିବା 'ପଦ୍ମମାଳୀ' ଓଡ଼ିଆ ସାହିତ୍ୟର ପ୍ରଥମ ସମ୍ପୂର୍ଣ୍ଣ ଉପନ୍ୟାସ । ସେ ଏହାକୁ ୩୨ ବର୍ଷ ବୟସରେ ଲେଖିଥିଲେ । ଏହା ୧୮୮୯ ମସିହାରେ କଟକ ପ୍ରିଣ୍ଟ କମ୍ପାନୀରୁ ପ୍ରଥମେ ପ୍ରକାଶିତ ହୋଇଥିଲା ।୧୯୧୪ ମସିହାରେ ଆମାଶୟ ରୋଗରେ ପୀଡ଼ିତ ହୋଇ, ଉମେଶଚନ୍ଦ୍ରଙ୍କର ଦେହାନ୍ତ ହୋଇଥିଲା । Read More Read Less
An OTP has been sent to your Registered Email Id:
Resend Verification Code