Mayadhar Sahooମାୟାଧର ସାହୁଙ୍କ ଜନ୍ମ ଯାଜପୁରରୋଡ଼ ନିକଟସ୍ଥ ରଘୁନାଥପୁର ଗାଁରେ । ସେ ବୃତ୍ତିରେ ଜଣେ ଇଞ୍ଜିନିୟର୍ । ସେ ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗ ଦ୍ୱାରା ଆରମ୍ଭ ହୋଇଥିବା ଯୁବ ଗାଳ୍ପିକ ପୁରସ୍କାରର ପ୍ରଥମ ପ୍ରାପକ ଓ ଫକୀରମୋହନଙ୍କ ୧୫୫ତମ ଜନ୍ମ ଜୟନ୍ତୀ ପୁରସ୍କାର (୧୯୯୬)ର ପ୍ରାପକ । କାର୍ଯ୍ୟବସ୍ତତା ତଥା ିଭିନ୍ନ କାରଣରୁ ଦୁଇ ଦଶନ୍ଧିର ସୃଜନ-ସନ୍ୟାସ ପ୍ରାୟ ଜୀବନ ବିତେଇବା ପରେ ଗଳ୍ପ ସୃଜନରେ ପୁନଃ ଆତ୍ମସମର୍ପଣ କରିଛନ୍ତି । ତେରଗୋଟି ଗପକୁ ନେଇ 'ମାଟି' ଗଳ୍ପ ସଙ୍କଳନ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ପ୍ରଥମେ ୧୯୯୮ରେ ପ୍ରକାଶିତ । ସତରଟି ଗପକୁ ନେଇ ଏହାର ପରିବର୍ଦ୍ଧିତ ସଂକଳନ ବ୍ଲାକ୍ ଈଗଲ୍ ବୁକ୍ସ ଦ୍ୱାରା ପ୍ରକାଶିତ ହେବାକୁ ଯାଉଛି । ଶ୍ରୀ ସାହୁଙ୍କ ପ୍ରକାଶିତ ଅନ୍ୟ ଗଳ୍ପ ସଂକଳନଗୁଡ଼ିକ ହେଲା- 'ଅପରାଜିତା'(୨୦୨୨) ଓ 'ଚିରୁଗୁଣି'(୨୦୨୩) । Read More Read Less
An OTP has been sent to your Registered Email Id:
Resend Verification Code